ଆରପାରିରେ ଓଡ଼ିଆ ଇଣ୍ଡଷ୍ଟ୍ରୀର ଆଉ ଜଣେ ଜଣାଶୁଣା ଅଭିନେତା

ଆରପାରିରେ ଓଡ଼ିଆ ଇଣ୍ଡଷ୍ଟ୍ରୀର ଆଉ ଜଣେ ଜଣାଶୁଣା ଅଭିନେତା | ନିଜର ବଳିଷ୍ଠ ଅଭିନୟ ଓ ଗମ୍ଭୀର ସ୍ୱରରେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ବିରାଜ ଦାସଙ୍କ ପରଲୋକ | ୬୩ ବର୍ଷ ବୟସରେ ଆଖି ବୁଜିଛନ୍ତି ବିରାଜ ଦାସ ।

ଦୀର୍ଘଦିନ ହେବ କର୍କଟ ରୋଗ ସହ ସଂଘର୍ଷ କରି ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେହିଠାରେ ହିଁ ରାତି ପ୍ରାୟ ୯ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏ ସମ୍ପର୍କରେ ବିରାଜଙ୍କ ସାନ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି।

ବିରାଜ ଦାସ ଅନେକ ଓଡ଼ିଆ ଫିଲ୍ମ ସହ ସିରିଏଲରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ। ଭାଇ ଠାରୁ ଆରମ୍ଭ କରି ମାମୁ ଓ ବାପାଙ୍କ ଭଳି ଚରିତ୍ରରେ ସେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୯୫ରେ ରିଲିଜ ହୋଇଥିବା ଭାଇ ମୋର ଜଗା, ୧୯୯୯ର ପ୍ରେମ ବନ୍ଧନ ଠାରୁ ଆରମ୍ଭ କରି ମା’ ପରି କିଏ ହେବ ଭଳି ସୁପର ହିଟ୍‌ ସିନେମାରେ ସେ ଅଭିନୟ କରିଥିଲେ। ଏହାବାଦ ଓଡ଼ିଆ ସରିୟଲ ଓ ଅନେକ ଟକ ଶୋ’ ମଧ୍ୟ ସେ ନିଜର ଆସିଥିଲେ। ଟେଲି ସିରିୟଲ ତମସାତୀରେରେ ଅଭିନୟ କରିି ସେ ଲୋକପ୍ରିୟ ହୋଇଥିଲେ। ଚଳଚ୍ଚିତ୍ର ଯା ଦେବୀ ସର୍ବଭୂତେଷୁ ଓ ବଗଲା ବଗୁଲୀରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା।

ଅଭିନୟ ତାଙ୍କର ନିଶା ହୋଇଥିବା ବେଳେ ସେ ପେସାରେ ଥିଲେ ଜଣେ ବ୍ୟାଙ୍କ କର୍ମଚାରୀ। ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା କଳା ଜଗତରେ ଶୋକର ଛାୟା ଖେଳିଯାଇ

Share

Leave a Reply

Your email address will not be published. Required fields are marked *

5 + 20 =