ଟିପିସିଓଡିଏଲ୍‌ରେ ମିଟର ଟେଷ୍ଟିଂ ଲ୍ୟାବ୍ ପରିଚାଳନାର ନେତୃତ୍ୱ ନେଲେ ମହିଳା ଏକ୍‌ଜିକ୍ୟୁଟିଭ୍ ଦଳ

ଭୁବନେଶ୍ୱର: କର୍ମକ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱୟଂକ୍ରିୟ ମିଟର ଟେଷ୍ଟିଂ ଲ୍ୟାବ୍‌ର ପରିଚାଳନା କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ମହିଳା ଏକ୍‌ଜିକ୍ୟୁଟିଭ୍‌ମାନଙ୍କର ଏକ ଟିମ୍‌କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ତନୁଜା ବେହେରାଙ୍କ ନେତୃତ୍ୱରେ ଏହି ଟିମ୍‌ରେ ରହିଛନ୍ତି ନମିତା ରାଣୀ ମୁଦୁଲି, ସୁନନ୍ଦା ରାଣୀ ଦଳାଇ ଓ ଶୁଭଶ୍ରୀ ଶସ୍ମିତା ଯେଉଁମାନେ ସିଙ୍ଗଲ୍ ଫେଜ୍ ଏବଂ ତିନି ଫେଜ୍ ମିଟରକୁ ଚାରି ସ୍ୱୟଂକ୍ରିୟ ଟେଷ୍ଟ୍ ବେଂଚ୍‌ରେ ପରୀକ୍ଷା କରୁଛନ୍ତି ।
ପ୍ରତି ଟେଷ୍ଟ୍ ବେଂଚ୍‌ରେ ଏକକାଳୀନ ୨୦ଟି ମିଟରର ପରୀକ୍ଷା କରାଯାଇପାରିବ ଓ ଏହାର ଦୈନିକ ମୋଟ କ୍ଷମତା ହେଉଛି ୩୦୦ ମିଟର ପର୍ଯ୍ୟନ୍ତ । ମିଟରର ସଠିକତାକୁ ଯାଂଚ କରିବା ଲାଗି ମହିଳା ଏକ୍‌ଜିକ୍ୟୁଟିଭ୍‌ମାନେ ଏଠାରେ ପ୍ରଯୁକ୍ତି ଦ୍ୱାରା ପ୍ରେରିତ ପ୍ରକ୍ରିୟାକୁ ବ୍ୟବହାର କରୁଛନ୍ତି । ଏହା ଦ୍ୱାରା ପରୀକ୍ଷାରେ ସ୍ୱଚ୍ଛତାର ଗ୍ୟାରେଟିଂ ରହୁଥିବା ବେଳେ ମାନବ ହସ୍ତକ୍ଷେପ ଯୋଗୁଁ ହେଉଥିବା ତ୍ରୁଟି ସମ୍ପୂର୍ଣ୍ଣ ଦୂର ହୋଇପାରିବ ଏବଂ ଗ୍ରାହକଙ୍କୁ ଉଚ୍ଚ ସଠିକତାର ମିଟର ମିଳିବ । ଏହି ଲ୍ୟାବ୍ ଶୁଭାରମ୍ଭ ହେବା ପରଠାରୁ ଏହି ଟିମ୍ ତରଫରୁ ୪୦,୦୦୦ରୁ ଅଧିକ ମିଟରର ପରୀକ୍ଷଣ କରାଯାଇଛି । ପୁନଶ୍ଚ, ଏହି ଲ୍ୟାବ୍ (ପରୀକ୍ଷାଗାର) ଏକ ଧୂଳି ମୁକ୍ତ ପରିବେଶ, ସଠିକ୍ ତାପମାତ୍ରା, ଉପଯୁକ୍ତ ଆର୍ଥିଂ ଇତ୍ୟାଦିର ସବୁ ଆବଶ୍ୟକତା ପୂରଣ କରୁଛି ଯାହା ନ୍ୟାସନାଲ୍ ଆକ୍ରିଡେସନ୍ ବୋର୍ଡ ଫର ଟେଷ୍ଟିଂ ଆଣ୍ଡ୍ କାଲିବ୍ରେସନ ଲାବୋରେଟୋରି (ଏନଏବିଏଲ୍‌)ର ମାନ୍ୟତା ପାଇବା ଲାଗି ହେଉଛି ପ୍ରାକ୍ ଆବଶ୍ୟକତା ।

Share

Leave a Reply

Your email address will not be published. Required fields are marked *

eleven + 11 =