ଟିପିସିଓଡିଏଲ୍ ପକ୍ଷରୁ ସ୍ୱଚ୍ଛ ଓ ସବୁଜ ଶକ୍ତି ଅଭିଯାନ ଭାବେ ପ୍ରକଳ୍ପ ଟିମ୍ ପାଇଁ ଇ-ବାଇକ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ବିଦ୍ୟୁତ ବଂଟନ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଏକ ଦୀର୍ଘସ୍ଥାୟୀ ପରିବେଶ ଅନୁକୂଳ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଭାରତରେ ସ୍ୱଚ୍ଛ ଶକ୍ତି ଅଭିଯାନ ପ୍ରତି ସମର୍ଥନ ଜଣାଇବା ପାଇଁ ରହିଥିବା ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଟିପିସିଓଡିଏଲ୍ ପକ୍ଷରୁ ଇ-ବାଇକ୍‌ର ଶୁଭାରମ୍ଭ କରାଯାଇଛି । ୨୦୨୩ ଜୁନ୍ ୬ରେ ଭୁବନେଶ୍ୱରର ପାୱାର ହାଉସ୍ ଛକ ସ୍ଥିତ ଟିପିସିଓଡିଏଲ୍‌ର କର୍ପୋରେଟ୍ କାର୍ଯ୍ୟାଳୟରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ ପ୍ରକଳ୍ପ ଟିମ୍‌ର ୧୫ ଜଣ ସଦସ୍ୟଙ୍କୁ ଗୋଟିଏ ଲେଖାଏଁ ଇ-ବାଇକ୍ ହସ୍ତାନ୍ତର କରିଥିଲେ ଯାହା ସେମାନଙ୍କ କ୍ଷେତ୍ର ନିରୀକ୍ଷଣ କାର୍ଯ୍ୟକୁ ସୁଗମ କରିବ ।
ଜିରୋ କାର୍ବନ ନିଗର୍ତ ହାସଲ କରିବା ଲାଗି ଟିପିସିଓଡିଏଲ୍‌ର ରହିଥିବା ପ୍ରତିବଦ୍ଧତାର ଏହି ଇ-ବାଇକ୍ ଶୁଭାରମ୍ଭ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ୍ । ୧.୩୫ ବିଲିଅନ ଜନସଂଖ୍ୟାକୁ ନେଇ ବିଶ୍ୱର ଦ୍ୱିତୀୟ ସର୍ବବୃହତ ବଜାର ଭାବେ ପରିଗଣିତ ଭାରତରେ ବର୍ଦ୍ଧିତ ପ୍ରଦୂଷଣର ମୁକାବିଲା କରିବା ଲାଗି ସ୍ୱଚ୍ଛ ଶକ୍ତି ସମାଧାନ ଗ୍ରହଣ କରିବା ଜରୁରୀ । ଇଲେକ୍ଟ୍ରିକ୍ ଯାନ ବ୍ୟବହାରର ପ୍ରସାର କରିବା ଲାଗି ସରକାର ପଦକ୍ଷେପ ଆରମ୍ଭ କରିଥିବା ବେଳେ ବିଶ୍ୱ ପରିବେଶ ମାସର ବିଷୟବସ୍ତୁ ଅନୁସାରେ ଟିପିସିଓଡିଏଲ୍‌ର ଇ-ବାଇକ୍ ଶୁଭାରମ୍ଭ ଏହି ଆନ୍ଦୋଳନ ପ୍ରତି ପ୍ରତିବଦ୍ଧତାର ପରିଚୟ ।
ଇ-ବାଇକର ଅନେକ ଲାଭ ରହିଛି । ଚଲାଇବା ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚରେ ଉଲ୍ଲେଖନୀୟ ସଂଚୟ ହେବାର କାରଣ ହେଉଛି ସେଥିରେ ଅଳ୍ପ ପାର୍ଟସ୍ ଦରକାର ଏବଂ ତେଲ ବଦଳାଇବାକୁ ପଡ଼ିନଥାଏ । ଏହି ପରିବେଶ ଅନୁକୂଳ ଯାନ ଦ୍ୱାରା ସିଓ୨ ନିର୍ଗତ ହ୍ରାସ ପାଇବ, ଫଳରେ ବାୟୁ ମାନରେ ଉନ୍ନତି ହେବା ସହ ପରିବେଶରେ ହେଉଥିବା କ୍ଷତି କମ୍ ହେବ । ଏହା ସହିତ ଗାଡ଼ି ଚଲାଇବାରେ ହେଉଥିବା କ୍ଲାନ୍ତି ଓ ଚାପକୁ ଇ-ବାଇକ୍ ଦୂର କରିବା ସହ ଉପଭୋଗ୍ୟ ଗାଡ଼ି ଚାଳନା ଅନୁଭୂତି ପ୍ରଦାନ କରିବ ଏବଂ ସୁବିଧାରେ ଏହାକୁ ଚାର୍ଜ କରାଯାଇପାରିବ । ଇ-ବାଇକ୍ କିଣିବା କିମ୍ବା ଲିଜ୍‌ରେ ଦେବା ଦ୍ୱାରା ଗ୍ରାହକମାନେ ଟିକସ ପ୍ରୋତ୍ସାହନ ଲାଭ ପାଇବେ ଯାହା ପରିବେଶ ସଚେତନ ଲୋକମାନଙ୍କ ପାଇଁ ଏହାକୁ ଆହୁରି ଆକର୍ଷଣୀୟ ପସନ୍ଦରେ ପରିଣତ କରିଛି ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଇଲେକ୍ଟ୍ରିକ୍ ଯାନ ହେଉଛି ଭବିଷ୍ୟତର ପ୍ରତୀକ ଏବଂ ଏହି ରୂପାନ୍ତରୀତ ଅଭିଯାନରେ ଏକ ପ୍ରତ୍ୟକ୍ଷ ଅଂଶଗ୍ରହଣକାରୀ ଭାବେ ଟିପିସିଓଡିଏଲ୍ ସମର୍ପିତ ରହିଛି । ବିଶ୍ୱ ପରିବେଶ ମାସରେ ଇ-ବାଇକ୍‌ର ଶୁଭାରମ୍ଭ ଦ୍ୱାରା ଆମେ ଆମର ପରିବେଶ ସଚେତନତାକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ ଏବଂ ଏହା ଆମକୁ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବାରେ ଆହୁରି ନିକଟତର କରିବ । ଆମ ପରିବେଶର ସଂରକ୍ଷଣ ସହିତ ଏହାର ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଏବଂ ସବୁଜ ଭବିଷ୍ୟତକୁ ସୁଦୃଢ଼ କରିବା ଲାଗି ଟିପିସିଓଡିଏଲ୍‌ର ରହିଥିବା ଦୀର୍ଘସ୍ଥାୟୀ ଲକ୍ଷ୍ୟର ପ୍ରତିଫଳନ ହେଉଛି ଏହି ଅଭିଯାନ ।’’
ଭାରତର ସ୍ୱଚ୍ଛ ଶକ୍ତି ଉଦ୍ୟମ ପ୍ରତି ଇ-ବାଇକ୍ ଅଭିଯାନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଏବଂ ଅନୁସରଣ କରିବା ନିମନ୍ତେ ଅନ୍ୟ କଂପାନିଗୁଡ଼ିକ ଲାଗି ଏହା ଏକ ଉଦାହରଣ ଭାବେ କାର୍ଯ୍ୟ କରିବ । ବିଶ୍ୱ ପରିବେଶ ଦିବସ ପାଳନ କରି ଇଲେକ୍ଟ୍ରିକ୍ ଭବିଷ୍ୟତକୁ ଗ୍ରହଣ କରିବା ଓ ଏକ ସବୁଜ ଭବିଷ୍ୟତ ପ୍ରତି ଯୋଗଦାନ ପ୍ରଦାନ କରିବା ଲାଗି ଟିପିସିଓଡିଏଲ୍ ପ୍ରସ୍ତୁତ ରହିଛି ଏବଂ ବିଶ୍ୱ ପରିବେଶ ମାସ ଓ ତା’ ପରେ ମଧ୍ୟ କଂପାନି ଏହି ଉଦ୍ୟମକୁ ଜାରି ରଖିବ ।

Share

Leave a Reply

Your email address will not be published. Required fields are marked *

4 × two =