Business

ହିନ୍ଦୁଜା ପରିବାର ଚତୁର୍ଥ ବର୍ଷ ପାଇଁ ବ୍ରିଟେନର ସବୁଠାରୁ ଧନୀ ତାଲିକା ଶୀର୍ଷ ସ୍ଥାନରେ

ଭୁବନେଶ୍ୱର: ୧୧୦ ବର୍ଷ ପୁରାତନ ବହୁରାଷ୍ଟ୍ରୀୟ ବ୍ୟବସାୟିକ ସଂସ୍ଥା ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୋପିଚନ୍ଦ ହିନ୍ଦୁଜାଙ୍କ ନେତୃତ୍ୱରେ ହିନ୍ଦୁଜା ପରିବାର ଚତୁର୍ଥ ବର୍ଷ ପାଇଁ ୩୫.୩ ବିଲିୟନ ପାଉଣ୍ଡ ସହିତ ସଣ୍ଡେ ଟାଇମ୍ସ ଧନୀ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି । ସଣ୍ଡେ ଟାଇମ୍ସ ଧନୀ ତାଲିକା ହେଉଛି ବ୍ରିଟେନରେ ରହୁଥିବା ଧନୀ ବ୍ୟକ୍ତିଙ୍କ ଏକ ବାର୍ଷିକ ତାଲିକା ଯାହାର ୨୦୨୫ ସଂସ୍କରଣରେ ୩୫୦ ରହିଛଛି । ବିଶ୍ୱବ୍ୟାପୀ ସାଂପ୍ରତିକ ଅସ୍ଥିରତା ଏବଂ ନୀତିଗତ ପରିବର୍ତନ ସତ୍ୱେ ହିନ୍ଦୁଜା ପରିବାର ବ୍ୟବସାୟିକ ସ୍ଥିରତା ଏବଂ ବିଶ୍ୱସ୍ତରୀୟ ନେତୃତ୍ୱ ପ୍ରଦର୍ଶନ କରିଛି।
ବ୍ରିଟେନର ଏହି ପରିବାରର ଗ୍ରୁପ କମ୍ପାନିଗୁଡ଼ିକ ଅଧ୍ୟକ୍ଷ ଶ୍ରୀ ଜି.ପି. ହିନ୍ଦୁଜାଙ୍କ ନେତୃତ୍ୱରେ ୩୮ ଦେଶରେ କାର୍ଯ୍ୟ କରୁଛି। ଗମନାଗମନ, ଡିଜିଟାଲ୍ ପ୍ରଯୁକ୍ତି, ବ୍ୟାଙ୍କିଂ ଏବଂ ଆର୍ôଥକ ସେବା, ମିଡିଆ, ପ୍ରକଳ୍ପ ବିକାଶ, ଲୁବ୍ରିକାଣ୍ଟ ଏବଂ ସ୍ପେସିଆଲିଟି କେମିକାଲ୍‌, ଶକ୍ତି, ରିଅଲ୍ ଇଷ୍ଟେଟ୍‌, ବ୍ୟବସାୟ ଏବଂ ସ୍ୱାସ୍ଥ୍ୟ ସେବା ଭଳି କ୍ଷେତ୍ରର ଏହାର କାରବାର ବ୍ୟାପିଛି।
ଗତ ବର୍ଷ ମଧ୍ୟରେ ହିନ୍ଦୁଜା ଗ୍ରୁପ ଭାରତରେ ଇଲେକ୍ଟ୍ରିକ୍ ଗମନାଗମନ କ୍ଷେତ୍ରରେ ମଧ୍ୟ ଧ୍ୟାନ ଦେଇଛି ଯାହା ଚାର୍ଜିଂ ଭିତିଭୂମିରେ ବିନିଯୋଗ କରୁଛି । ଏହା ସ୍ଥିରତା ଏବଂ ଭବିଷ୍ୟତ-ପ୍ରସ୍ତୁତ ନବସୃଜନ ଆଡକୁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନକୁ ଇଙ୍ଗିତ କରୁଛି।
ବ୍ୟବସାୟିକ ସାମ୍ରାଜ୍ୟ ବାହାରେ ହିନ୍ଦୁଜା ପରିବାର ହିନ୍ଦୁଜା ଫାଉଣ୍ଡେସନ୍ ମାଧ୍ୟମରେ ସାମାଜିକ ପ୍ରଭାବ ପାଇଁ ଗଭୀର ଭାବରେ ପ୍ରତିବଦ୍ଧ । ଏହି ଫାଉଣ୍ଡେସନ୍ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ସ୍ଥିରତା ପୂର୍ଣ୍ଣ ଗ୍ରାମୀଣ ବିକାଶ ଏବଂ ଜଳ ସଂରକ୍ଷଣ ଆଦି କ୍ଷେତ୍ରରେ ପରିବର୍ତନଶୀଳ ପଦକ୍ଷେପ ଉପରେ ଧ୍ୟାନ ଦେଉଛି ଯାହା ବିଭିନ୍ନ ଅଂଚଳର ସମୁଦାୟ ପାଇଁ ସକାରାତ୍ମକ ପ୍ରଭାବ ଆଣିପାରିଛି।
ତାଲିକାରେ ଅନ୍ୟାନ୍ୟ ସମ୍ମାନନୀୟ ନାମଗୁଡ଼ିକ ମଧ୍ୟରେ ଡେଭିଡ୍ ଏବଂ ସାଇମନ୍ ରୁବେନ୍ ଏବଂ ପରିବାର (୨୬.୮୭୩ ବିଲିୟନ ପାଉଣ୍ଡ), ସାର୍ ଲିଓନାର୍ଡ୍ ବ୍ଲାଭାଟନିକ୍ (୨୫.୭୨୫ ବିଲିୟନ ପାଉଣ୍ଡ), ସାର୍ ଜେମ୍ସ୍ ଡାଇସନ୍ ଏବଂ ପରିବାର (୨୦.୮ ବିଲିୟନ ପାଉଣ୍ଡ), ଇଦାନ୍ ଓଫର୍ (୨୦.୧୨୧ ବିଲିୟନ ପାଉଣ୍ଡ), ଗାୟ, ଜର୍ଜ, ଆଲାନା ଏବଂ ଗାଲେନ୍ ୱେଷ୍ଟନ୍ ଏବଂ ପରିବାର (୧୭.୭୪୬ ବିଲିୟନ ପାଉଣ୍ଡ), ସାର୍ ଜିମ୍ ରାଟକ୍ଲିଫ୍ (୧୭.୦୪୬ ବିଲିୟନ ପାଉଣ୍ଡ), ଲକ୍ଷ୍ମୀ ମିତଲ୍ ଏବଂ ପରିବାର (୧୫.୪୪୪ ବିଲିୟନ ପାଉଣ୍ଡ ନିଟ୍ ୱର୍ଥ) ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

four × five =