Business

ଟାଟା ପାୱାର୍‌ର ସୋଲାର ଉତ୍ପାଦନ ଶାଖା ପକ୍ଷରୁ ଘରୋଇ ସୋଲାର ସେଲ୍ ଓ ମଡ୍ୟୁଲ୍ ଉତ୍ପାଦନରେ ନୂତନ ମାନଦଣ୍ଡ ନିର୍ଧାରଣ

ଭୁବନେଶ୍ୱର: ଟାଟା ପାୱାର୍‌ର ସୋଲାର୍ ଉତ୍ପାଦନ ଶାଖା ଟିପି ସୋଲାର୍ କମ୍ପାନିର ଅକ୍ଷୟ ଶକ୍ତି ଅଭିବୃଦ୍ଧି ରଣନୀତିରେ ଏକ ପମୁଖ ସ୍ତମ୍ଭ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି।
ତାମିଲନାଡ଼ୁର ତିରୁନେଲଭେଲିରେ ଥିବା ଟାଟା ସୋଲାର୍‌ର ଅତ୍ୟାଧୁନିକ ଉତ୍ପାଦନ କାରଖାନା ୨୦୨୪-୨୫ ଆର୍ଥିକ ବର୍ଷରେ ୩୨୯୧ ମେଗାୱାଟ୍‌ର ସୋଲାର ମଡ୍ୟୁଲ୍ ଓ ୮୪୬ ମେଗାୱାଟ୍‌ର ସୋଲାର୍ ସେଲ୍ ଉତ୍ପାଦନ କରିବାର ମାଇଲଖୁଂଟ ହାସଲ କରିଛି। ଏହି କାରଖାନା ହେଉଛି ଭାରତର ଅନ୍ୟତମ ସବୁଠୁ ଉନ୍ନତ ସମନ୍ୱିତ ସୋଲାର୍ ଉତ୍ପାଦନ କାରଖାନା ଏବଂ ଆମଦାନି ନିର୍ଭରଶୀଳତା କମ୍ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ଘରୋଇ ସୋଲାର ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରୁଛି। କମ୍ପାନି ୨୦୨୪-୨୫ ଆର୍ଥିକ ବର୍ଷରେ ୪୨୨ କୋଟି ଟଙ୍କାର ଉଲ୍ଲେଖନୀୟ ଟିକସ ପରବର୍ତୀ ଲାଭ ହାସଲ କରିଛି।
ଏହି କାରଖାନାରେ ରହିଛି ଅତ୍ୟାଧୁନିକ ଟପ୍‌କନ୍ (ଟନେଲ୍ ଅକ୍ସାଇଡ୍ ପାସିଭେଟେଡ୍ କଂଟାକ୍ଟ) ଏବଂ ମୋନୋ ପିଇଆର୍‌ସି (ପାସିଭେଟେଡ ଏମିଟର ଆଣ୍ଡ ରିଅଲ୍ ସେଲ୍‌) ପ୍ରଯୁକ୍ତି ଯାହା ଉଚ୍ଚ ଦକ୍ଷତା ସମ୍ପନ୍ନ ସୋଲାର ସେଲ୍ ଉତ୍ପାଦନକୁ ସକ୍ଷମ କରୁଛି। ଏଥିରେ ସମନ୍ୱିତ ହୋଇଥିବା ବାଇଫାସିଆଲ୍ ମଡ୍ୟୁଲ୍ ପ୍ରଯୁକ୍ତି ଶକ୍ତି ଉତ୍ପାଦକତାରେ ଉନ୍ନତି ଆଣୁଥିବା ବେଳେ ପ୍ୟାନେଲ୍‌ର ଉଭୟ ସାମ୍ନା ଓ ପଛ ପାଶ୍ୱର୍ରୁ ଶକ୍ତି ଉତ୍ପନ୍ନ କରିବାରେ ସହାୟକ ହୋଇ ଜମି ବ୍ୟବହାର ଓ ଦକ୍ଷତା ବ୍ୟବସ୍ଥାକୁ ସର୍ବାଧିକ କରିପାରୁଛି।
କାରଖାନାରେ ଉତ୍ପାଦନ କରାଯାଉଥିବା ମଡ୍ୟୁଲ୍ ଘରୋଇ ବିଷୟବସ୍ତୁ (କଂଟେଂଟ)୍ ଆବଶ୍ୟକତା (ଡିସିଆର୍‌) ନିୟମକୁ ସମ୍ପୂର୍ଣ୍ଣ ପାଳନ କରି ଭାରତୀୟ ସୋଲାର ଡେଭେଲପରଙ୍କ ୟୁଟିଲିଟି ଓ ରୁଫ୍‌ଟପ୍ ସୋଲାର ଆବଶ୍ୟକତା ପୂରଣ କରୁଥିବା ବେଳେ ସ୍ୱଚ୍ଛ ଶକ୍ତି ଉତ୍ପାଦନରେ ଆତ୍ମନିର୍ଭର ହେବାର ଜାତୀୟ ଆବଶ୍ୟକତାକୁ ସମର୍ଥନ କରୁଛି।
ୟୁଏସ୍ ଇଂଟରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ ଫାଇନାନସ କର୍ପୋରେସନ୍ (ଡିଏଫ୍‌ସି)ଠାର ୪୨୫ ନିୟୁତ ଡଲାର ନିବେଶ ହାସଲ ସହିତ ତିରୁନେଲଭେଲି କାରଖାନା ଏହାର ଅନ୍ତର୍ଭୁକ୍ତୀକରଣ ଶ୍ରମଶକ୍ତି ମଡେଲ୍ ପାଇଁ ପରିଚିତ ଯେଉଁଠାରେ ପାରିପାଶ୍ୱିର୍କ ଅଂଚଳର ୮୦ ପ୍ରତିଶତରୁ ଅଧିକ ମହିଳାଙ୍କୁ ନିୟୋଜିତ କରାଯାଇଛି।
ଏହି ପ୍ରଦର୍ଶନ ଏକ ସ୍ଥାୟୀ ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ସ୍ୱଚ୍ଛ ଶକ୍ତି ଭିତିଭୂମି ବିକାଶ କରିବାରେ ଟାଟା ପାୱାରର ପ୍ରତିବଦ୍ଧତାକୁ ଦୋହରାଉଛି ଯାହା “ଆତ୍ମନିର୍ଭର ଭାରତ’ ଓ ଭାରତର ଦୀର୍ଘକାଳୀନ ଶକ୍ତି ପରିବର୍ତନ ଲକ୍ଷ୍ୟ ସହିତ ସମନ୍ୱିତ ରହିଛି।

Share

Leave a Reply

Your email address will not be published. Required fields are marked *

six + 3 =