Business

ଡିଏଭି ପବ୍ଲିକ୍ ସ୍କୁଲ-ୟୁନିଟ୍‌-୮ ଓ ସେଂଟ ପଲ୍ସ ସ୍କୁଲ, ରାଉରକେଲାର ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ଟିସିଏସ୍ ଇନକ୍ୱିଜିଟିଭ ଭୁବନେଶ୍ୱର ସଂସ୍କରଣର ବିଜେତା

  • ଦେଶର ସବୁଠାରୁ ପ୍ରତିଭାବାନମାନଙ୍କ ବୌଦ୍ଧିକ ଉତ୍ସୁକତା ଓ ବୈଷୟିକ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ୧୨ଟି ସହରରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଟିସିଏସ୍ ଇନକ୍ୱିଜିଟିଭ୍ ଆୟୋଜିତ

ଭୁବନେଶ୍ୱର: ଅଗ୍ରଣୀ ଆଇଟି ସେବା, କନସଲଟାନ୍ସି ଓ ବିଜନେସ୍ ସଲ୍ୟୁସନ୍ ପ୍ରଦାନକାରୀ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ)ର ପ୍ରମୁଖ ବାର୍ଷିକ କୁଇଜ୍ ଟିସିଏସ୍ ଇନକ୍ୱିଜିଟିଭର ଭୁବନେଶ୍ୱର ସଂସ୍କରଣରେ ୪୫ଟି ବିଦ୍ୟାଳୟର ୩୩୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହଜନକ ଅଂଶଗ୍ରହଣ କରିଛନ୍ତି। ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ଯୁବପିଢ଼ିଙ୍କ ବୌଦ୍ଧିକ ଦକ୍ଷତା ପ୍ରଦର୍ଶନ କରାଯାଇଥିଲା।
ରେଳ ବିହାର ସ୍ଥିତ ପୂର୍ବତଟ ରେଳବାଇ ଅଡିଟୋରିୟମରେ ସୋମବାର ଅନୁଷ୍ଠିତ ଆଂଚଳିକ ଫାଇନାଲରେ ୫ ରାଉଣ୍ଡ କୁଇଜ୍ ପରେ ଭୁବନେଶ୍ୱର ୟୁନିଟ୍‌-୮ ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲର ୧୫ ବର୍ଷୀୟ ତ୍ରିପାଠୀ ଦିବ୍ୟଜ୍ୟୋତି ସେନାପତି ବିଜେତା ହୋଇଛନ୍ତି। ରାଉରକେଲା ହମିରପୁର ସ୍ଥିତ ସେଂଟ ପଲ୍ସ ସ୍କୁଲର ୧୪ ବର୍ଷୀୟ ଅର୍ଣ୍ଣବ ଘୋଷ ଉପବିଜେତା ହୋଇଛନ୍ତି। ଏହି ଦୁଇ ଛାତ୍ର ଏବେ ଜାତୀୟ ଫାଇନାଲରେ ଭୁବନେଶ୍ୱରକୁ ପ୍ରତିନିଧିତ୍ୱ କରିବେ ଏବଂ ସମଗ୍ର ଭାରତର ଅନ୍ୟ ୧୧ଟି ଅଞ୍ଚଳର ଚାମ୍ପିୟନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଟିସିଏସ୍ ଭୁବନେଶ୍ୱରର ଡେଲିଭରି ସେଂଟର ମୁଖ୍ୟ ବିଭୁ ପଣ୍ଡା ପୁରସ୍କାର ବିତରଣ କରିଥିଲେ।
ଟିସିଏସ୍ ଭୁବନେଶ୍ୱରର ଡେଲିଭରି ସେଂଟର ମୁଖ୍ୟ ବିଭୁ ପଣ୍ଡା କହିଛନ୍ତି ଯେ, “ଭୁବନେଶ୍ୱର ଟିସିଏସ୍ ଇନକ୍ୱିଜିଟିଭରେ ଯୁବପୀଢ଼ିର ଅବିଶ୍ୱସନୀୟ ପ୍ରତିଭା ଓ ଅସୀମ ଉତ୍ସାହକୁ ଦେଖି ମୁଁ ଆନନ୍ଦିତ। ଉତ୍ସୁକତା ଏବଂ ଶିଖିବା ପାଇଁ ଭଲପାଇବା ସୃଷ୍ଟି କରି ଭବିଷ୍ୟତର ଲିଡରମାନଙ୍କୁ ସମୃଦ୍ଧ କରିବା ପାଇଁ ଟିସିଏସ୍ ଗଭୀର ପ୍ରତିଶ୍ରୁତିବଦ୍ଧ । ଟିସିଏସ୍ ଇନକ୍ୱିଜିଟିଭ୍ କେବଳ ଏକ କୁଇଜ୍ ନୁହେଁ, ଏହା ଏକ ପ୍ଲାଟଫର୍ମ ଯେଉଁଠାରେ ଛାତ୍ରମାନେ ନିଜକୁ ଚ୍ୟାଲେଞ୍ଜ କରନ୍ତି, ସେମାନଙ୍କର ଦିଗନ୍ତକୁ ବିସ୍ତାର କରନ୍ତି ଏବଂ ଜ୍ଞାନ ପ୍ରତି ସେମାନଙ୍କର ଉତ୍ସାହକୁ ଜାଗ୍ରତ କରନ୍ତି । ସେମାନେ ଆଣିଥିବା ଶକ୍ତି ଏବଂ ପ୍ରତିଭାକୁ ଦେଖିଲେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ଯୁବଗୋଷ୍ଠୀଙ୍କ ଶକ୍ତି ଉପରେ ଆମର ବିଶ୍ୱାସ ପ୍ରକୃତରେ ପ୍ରମାଣିତ ହୋଇଛି।”
ସୂଚନା ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ, କ୍ରୀଡ଼ା, ଇଞ୍ଜିନିୟରିଂ ଏବଂ କଳା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ଏବଂ ସଚେତନତା ବୃଦ୍ଧି କରିବା ପାଇଁ ଟିସିଏସ୍ ଇନକ୍ୱିଜିଟିଭ୍ ହେଉଛି ଏକ ଅଭିନବ ଶିକ୍ଷଣ ପଦକ୍ଷେପ। ଅଂଶଗ୍ରହଣ ପାଇଁ କୌଣସି ପ୍ରବେଶ ଶୁଳ୍କ ନାହିଁ।

Share

Leave a Reply

Your email address will not be published. Required fields are marked *

fourteen − thirteen =