Business

ସୋନି ଇଣ୍ଡିଆ ପକ୍ଷରୁ ନଏଜ କ୍ୟାନସେଲିଂ ସୁବିଧା ଥିବା ଓୟାରଲେସ ହେଡଫୋନ ଡବ୍ଲ୍ୟୁଏଚ-୧୦୦୦ଏକ୍ସଏମ୬ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନଏଜ କ୍ୟାନସେଲିଂ ସୁବିଧା ଥିବା ପରବର୍ତୀ ପିଢ଼ିର ଚିପ ଓ ଇଂଟେଲିଜେଂଟ ଆଲଗୋରିଦମ ବିଶିଷ୍ଟ ଓୟାରଲେସ ହେଡଫୋନ ଡବ୍ଲ୍ୟୁଏଚ-୧୦୦୦ଏକ୍ସଏମ୬କୁ ଉନ୍ମୋଚନ କରାଯାଇଛି। ଏହି ହେଡଫୋନ ବାହ୍ୟ କୋଳାହଳ ଆପଣଙ୍କ ପାଖରେ ପହଂଚିବା ପୂର୍ବରୁ ରୋକିଦେବ। ୧୦୦୦ଏକ୍ସ ସିରିଜର ସଫଳତା ଉପରେ ପ୍ରସ୍ତୁତ କରାଯାଇଥିବା ଏହି ମଡେଲ ପ୍ରିମିୟମ ସାଉଣ୍ଡ ପ୍ରଦାନ କରିବ। ସଙ୍ଗୀତପ୍ରେମୀ, ଫ୍ୟାସନପ୍ରେମୀ, ଭ୍ରମଣରେ ରୁଚି ରଖୁଥିବା ବ୍ୟକ୍ତି ଓ ପ୍ରଫେସନାଲମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି।
ଏଥିରେ ରହିଛି ଉନ୍ନତ ମାନର ପ୍ରୋସେସର ଓ ଆଡାପଟିଭ ମାଇକ୍ରୋଫୋନ ବ୍ୟବସ୍ଥା ଯାହା ବାସ୍ତବ ସମୟ ଭିତରେ କୋଳାହଳକୁ ରୋକି ଆପଣଙ୍କୁ ସ୍ପଷ୍ଟ ସାଉଣ୍ଡ ପ୍ରଦାନ କରିବ। ପୂର୍ବ ମଡେଲ ତୁନଳାରେ ଏହାର ସ୍ପିଡ ସାତ ଗୁଣା ଅଧିକ। କୋଳାହଳ ହେଉଥିବା ବାହାର ସ୍ଥାନ ହେଉ କିମ୍ବା ଅଫିସ ହେଉ ଏହି ଓୟାରଲେସ ହେଡଫୋନ ଆପଣମାନଙ୍କୁ ନିରବଚ୍ଛିନ୍ନ ଓ ଶକ୍ତିଶାଳୀ ସାଉଣ୍ଡ ଅନୁଭବ ପ୍ରଦାନ କରିବ। ଏଥିରେ ସୋନିର ନୂଆ ଆଡାପଟିଭ ଏନସି ଅପ୍ଟିମାଇଜର ଓ ଅଟୋ ଆମ୍ବିଏଂଟ ସାଉଣ୍ଡ ମୋଡ ରହିଛି।
ବିଶ୍ୱର ତିନି ଶ୍ରେଷ୍ଠ ରେକର୍ଡିଂ ଷ୍ଟୁଡିଓ ଷ୍ଟର୍ଲିଂ ସାଉଣ୍ଡ, ବ୍ୟାଟେରି ଷ୍ଟୁଡିଓଜ ଓ କୋଷ୍ଟ ମାଷ୍ଟରିଂ ସହଯୋଗରେ ପ୍ରସ୍ତୁତ ଡବ୍ଲ୍ୟୁଏଚ-୧୦୦୦ଏକ୍ସଏମ୬ ଆପଣଙ୍କୁ ଷ୍ଟୁଡିଓ ମାନର ସାଉଣ୍ଡ ପ୍ରଦାନ କରିବ। ଏହାର ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଡ୍ରାଇଭର ୟୁନିଟ ସ୍ପଷ୍ଟତା ପ୍ରଦାନ କରିବ। ଏଥିରେ ଏଚଡି ନଏଜ କ୍ୟାନସେଲିଂ ପ୍ରୋସେସର କ୍ୟୁଏନ୩ ରହିଛି ଯାହା କୋଳାହଳର ଆକଳନ କରି ଶୀଘ୍ର ତାହାକୁ ରୋକିବ। ସୋନିର ଅଡିଓ କୋଡିଂ ପ୍ରଯୁକ୍ତି ଏଲଡିଏସି ପାଇଁ ଏହା ହାଇ ରିଜଲ୍ୟୁସନ ଅଡିଓ ପ୍ରଦାନ କରିବ।
ଏହା ଜରିଆରେ ଆପଣ ପ୍ରତିଟି ଫୋନ କଲକୁ ସ୍ପଷ୍ଟ ଭାବେ ଶୁଣିପାରିବେ। ଆଖପାଖରେ ଅନ୍ୟ ଲୋକମାନେ କଥା ହେଉଥିଲେ ମଧ୍ୟ ତାହା ଆପଣଙ୍କୁ ପ୍ରଭାବିତ କରିବ ନାହିଁ। ହେଡଫୋନର ଡାହାଣରେ ଥିବା ବଟନକୁ ଦବାଇ ତାହାକୁ ମ୍ୟୁଟ କରିପାରିବେ। ଏଥିରେ ଅତ୍ୟାଧୁନିକ ଛଅ-ମାଇକ୍ରୋଫୋନ ଏଆଇ ଭିତିକ ବିମଫର୍ମିଂ ବ୍ୟବସ୍ଥା ରହିଛି।
ସାରାଦିନ ଯେଭଳି ଆରାମରେ ଶୁଣିହେବ ତାହାକୁ ଦୃଷ୍ଟିରେ ରଖି ଡବ୍ଲ୍ୟୁଏଚ-୧୦୦୦ଏକ୍ସଏମ୬କୁ ପ୍ରସ୍ତୁତ କରାଯାଇଛି। ଏହାକୁ ଥରେ ଦେଖି ତାହାର ବାମ ଓ ଡାହାଣ ପାର୍ଶ୍ୱ ଜାଣିହେବ। ଷ୍ଟ୍ରେଚେବଲ ଉପକରଣ ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଇଥିବାରୁ ତାହାକୁ ସହଜରେ ଦିନ ସାରା ବ୍ୟବହାର କରିହେବ। ତାହାକୁ ଭାଙ୍ଗି ସହଜରେ ବ୍ୟାଗ ଓ ଏୟାରପ୍ଲେନ ପକେଟରେ ରଖିହେବ।
ଏଥିରେ ସେନ୍ସ ଭିତିକ ଶ୍ରବଣ ସୁବିଧା ରହିଛି ଯାହା ଆପଣଙ୍କ କାର୍ଯ୍ୟକଳାପ ଅନୁସାରେ ସ୍ୱୟଂକ୍ରିୟ ଭାବେ ମ୍ୟୁଜିକ ଲଗାଇପାରିବ ଏବଂ ଆପଣଙ୍କ ପରିବେଶକୁ ଦୃଷ୍ଟିରେ ରଖି କୋଳାହଳ କମ କରିପାରିବ। ଏହା ଅତି ସହଜରେ ଆମାଜନ ମ୍ୟୁଜିକ, ଆପଲ ମ୍ୟୁଜିକ, ସ୍ପଟିଫାଏ ମ୍ୟୁଜିକ ଓ ୟୁଟ୍ୟୁବ ମ୍ୟୁଜିକ ସହ ଯୋଡ଼ିହୋଇଯିବ। ପରିବେଶକୁ ଦୃଷ୍ଟିରେ ରଖି ଏହାର ପ୍ୟାକେଜିଂକୁ ସମ୍ପୂର୍ଣ୍ଣ ଭାବେ କାଗଜ ଉପକରଣରେ ପ୍ରସ୍ତୁତ କରାଯାଇଛି। ତାହାକୁ ବାଉଁଶ, ଆଖୁ ଫାଇବର ଓ ଗ୍ରାହକମାନେ ବ୍ୟବହାର କରୁଥିବା କାଗଜକୁ ରିସାଇକଲ କରି ପ୍ରସ୍ତୁତ କରାଯାଇଛି।
୨୦୨୫ ସେପ୍ଟେମ୍ବର ୨୯ରୁ ଏହା ୩୯,୯୯୦ ଟଙ୍କାରେ କଳା, ପ୍ଳାଟିନମ ସିଲଭର ଓ ମିଡନାଇଡ ବ୍ଲୁ ରଙ୍ଗରେ ଉପଲବ୍ଧ ହେବ। ଗ୍ରାହକମାନେ ଏହାକୁ ସୋନି ସେଂଟର, କ୍ରୋମା ଓ ରିଲାଏନ୍ସ ଆଉଟଲେଟ, ସପଆଟଏସସି ଡଟ କମ ଓ ଆମାଜନରୁ କିଣିପାରିବେ।

Share

Leave a Reply

Your email address will not be published. Required fields are marked *

18 − 10 =