Business

ଟିପିସିଓଡିଏଲ୍ ପିଏମ୍ ସୂର୍ଯ୍ୟ ଘର : ମୁଫ୍ତ ବିଜିଲି ଯୋଜନା ଷ୍ଟଲରେ ତିନି ଅଲିମ୍ପିଆନପଦ୍ମଶ୍ରୀ ଦିଲୀପ ତିର୍କୀ , ଶ୍ରାବଣୀ ଓ ଦୀପଗ୍ରେସ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ ପରିସରରେ ଲାଗିଥିବା ଟିପିସିଓଡିଏଲ୍ ପିଏମ୍ ସୂର୍ଯ୍ୟ ଘର : ମୁଫ୍ତ ବିଜିଲି ଯୋଜନା ସମ୍ପର୍କିତ ଷ୍ଟଲ୍ ବୁଲି ଦେଖିବା ସହ ରୁଫଟପ୍ ସୋଲାର ସ୍ଥାପନ ସମ୍ପର୍କରେ ବୁଝିଥିଲେ ଅଲମ୍ପିୟାନ ତଥା ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତୀର୍କି, ଶ୍ରାବଣୀ ନନ୍ଦ ଓ ଦୀପଗ୍ରେସ ଏକ୍କା। ଏହା ଏକ ଭଲ ସ୍କିମ୍ ସମସ୍ତେ ଏହି ଯୋଜନାରେ ସାମିଲ ହୋଇ ନିଜ ଛାତରେ ସୋଲାର ପ୍ୟାନେଲ ସ୍ଥାପନ କରିବା ସହ ସରକାରଙ୍କ ସବସିଡିର ଲାଭ ଉଠାଇପାରିବେ ବୋଲି ସେମାନେ ମତ ଦେଇଛନ୍ତି । ଏହି ଯୋଜନାକୁ ବ୍ୟାପକ ପ୍ରଚାର ପ୍ରସାର ଦିଗରେ ଟିପିସିଓଡିଏଲର ପ୍ରୟାସକୁ ସେମାନେ ପ୍ରଶଂସା କରିବା ସହ ସମସ୍ତେ ସବୁଜ ଶକ୍ତିର ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଉତ୍କଳ କରାଟେ ସ୍କୁଲ ସମ୍ପାଦକ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ମଧ୍ୟ ଷ୍ଟଲ୍ ବୁଲିବା ସହ ଏହି ଯୋଜନା ମାଧ୍ୟମରେ କିପରି ସୁଲଭ ମୂଲ୍ୟରେ ଓ ସହଜରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରାଯାଇପାରିବ ସେ ବିଷୟରେ ବୁଝିଥିଲେ ।

ଉପଭୋକ୍ତା ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସବସିଡି ସୁବିଧାର ଲାଭ ଉଠାଇ ଏହି ଯୋଜନାରେ ସାମିଲ ହୋଇପାରିବେ ।

ସେହିପରି ଉପଭୋକ୍ତାମାନେ ମାତ୍ର ₹୫୦୦୦ ଟଙ୍କାରେ ପିଏମ୍ ସୂର୍ଯ୍ୟ ଘର : ମୁଫ୍ତ ବିଜିଲି ଯୋଜନା – ୟୁଏଲ୍ଏ ମଡେଲ ମାଧ୍ୟମରେ ୧ କିଲୋୱାଟ୍ ରୁଫଟପ୍ ସୋଲାର ସ୍ଥାପନ କରିପାରିବେ (ସୋଲାର ମିଟର ମୂଲ୍ୟ ଅତିରିକ୍ତ) । ସୋଲାର ମଡ୍ୟୁଲ୍ ଉପରେ ୨୫ ବର୍ଷର ୱାରେଣ୍ଟି ଉପଲବ୍ଧ । ଡିସକମ୍ ପକ୍ଷରୁ ବିନା କୌଣସି ଅତିରିକ୍ତ ଦେୟରେ ୫ବର୍ଷ ପାଇଁ ରକ୍ଷଣାବେକ୍ଷଣ ସେବା କରାଯିବ ।

ସବୁଜ ଶକ୍ତିକୁ ଆପଣାଇ ଅତ୍ୟଧିକ ବିଜୁଳି ବିଲ୍ ରୁ ମୁକ୍ତ ହେବା ସହ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟିରେ ଏହା ବେଶ ସହାୟକ ହୋଇପାରିବ ।

Share

Leave a Reply

Your email address will not be published. Required fields are marked *

sixteen + fifteen =