ସ୍ମାର୍ଟଫୋନ ବଜାରରେ ଆସିବ ବଡ଼ ଧରଣର ପରିବର୍ତ୍ତନ

ମୁମ୍ବାଇ() ଦେଶର ଏକ ନମ୍ବର ଧନୀ  ବ୍ୟକ୍ତି  ମୁକେଶ ଅମ୍ବାନୀ ସ୍ମାର୍ଟଫୋନ ବଜାରରେ ବଡ଼ ଧରଣର ବିପ୍ଳବ ଆଣିବା ଉପରେ କାର୍ୟ୍ୟ କରୁଛନ୍ତି  । ଗୁଗୁଲ ସହିତ ତାଙ୍କ ଟେଲିକମ ସଂସ୍ଥା ଜିଓ ବୁଝାମଣା କରିଛି । ସୁଲଭ ମୂଲ୍ୟରେ ଫୋନ ବିକଶିତ କରିବା ଉପରେ ମୁକେଶ କାର୍ୟ୍ୟ କରୁଛନ୍ତି । ଗୁଗଲ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ଥିବା ଏହି ଫୋନର ଦାମ ୪୦୦୦ ଟଙ୍କା ପାଖପାଖି ରହିବ  । ଆସନ୍ତା ଦୁଇ ବର୍ଷ ଭିତରେ ପ୍ରାୟ ୨୦ କୋଟି ଫୋନ ତିଆରି କରିବାକୁ ସେ ଯୋଜନା ରଖିଛନ୍ତି  । ସେଥିପାଇଁ ଦେଶ ଭିତରେ ସ୍ମାର୍ଟଫୋନ ନିର୍ମାଣ କରୁଥିବା କେତେକ ସଂସ୍ଥା ସହ ଆଲୋଚନା କରି ସେମାନଙ୍କୁ ଫୋନ ତିଆରି କରିବାର ବରାଦ ଦିଆଯାଇଛି  । ଏହି ଫୋନକୁ ଜିଓର ସୁଲଭ ମୂଲ୍ୟର ପ୍ଲାନ ସହ ବିକି୍ର କରାଯିବ  । ଜିଓ ଜରିଆରେ ମୁକେଶ ଟେଲିକମ ସେବାରେ ଯେଉଁଭଳି ପରିବର୍ତ୍ତନ ଆଣିଥିଲେ ଏବେ ସ୍ମାର୍ଟ ଫୋନ କ୍ଷେତ୍ରରେ ସେଭଳି ବିପ୍ଳବ ଆଣିବାକୁ ଚାହୁଁଛନ୍ତି  ।

Share

Leave a Reply

Your email address will not be published. Required fields are marked *

1 × two =