ନିଯୁକ୍ତି ପ୍ଳାଟ୍‌ଫର୍ମ ମନ୍‌ଷ୍ଟର ଏଣ୍ଡ୍‌-ଟୁ-ଏଣ୍ଡ୍ ପ୍ରତିଭା ପ୍ଲାଟ୍‌ଫର୍ମରେ ରୂପାନ୍ତରିତ; ଫାଉଣ୍ଡ୍‌ଇଟ୍ ଭାବେ ପୁନଃ ଉପସ୍ଥାପିତ

  • ନିଯୁକ୍ତି ସନ୍ଧାନକାରୀ ଏବଂ ନିଯୁକ୍ତିଦାତାଙ୍କ ମଧ୍ୟରେ ଘରେ ଘରେ ପରିଚିତ ନାମ ମନ୍‌ଷ୍ଟର ଏସିଆ ପ୍ରଶାନ୍ତ ମହାସାଗରୀୟ ଏବଂ ମଧ୍ୟ ପ୍ରାଚ୍ୟ ଅଂଚଳରେ ଫାଉଣ୍ଡ୍‌ଇଟ୍ ନାମରେ ପରିଚିତ ହେବ
  • ଏକ ବ୍ୟାପକ ପ୍ରତିଭା ପ୍ଲାଟ୍‌ଫର୍ମ ଭାବେ ରୂପାନ୍ତରଣ ପୂର୍ବାପେକ୍ଷା ଉଲ୍ଲେଖନୀୟ ଉତମ ଢଙ୍ଗରେ ଏହା ଉଭୟ ପ୍ରାର୍ଥୀ ଏବଂ ନିଯୁକ୍ତିଦାତାଙ୍କ ଆବଶ୍ୟକତା ପୂରଣ କରିବ
  • ପର୍ସନାଲାଇଜଡ୍ ସୁପାରିସ, ଗୋଷ୍ଠୀ ଭିତିକ ଯୋଗାଯୋଗ ଏବଂ ଏକ ଉନ୍ନତ ୟୁଜର ଇଟଂରଫେସ୍ ପ୍ରଦାନ କରିବା ଲାଗି ସମୃଦ୍ଧ ପ୍ରଯୁକ୍ତି ଦକ୍ଷତାକୁ ଫାଉଣ୍ଡ୍‌ଇଟ୍ ଡଟ୍ ଇନ୍ ବ୍ୟବହାର କରିବ ଯାହା ନିଯୁକ୍ତି ପ୍ରକ୍ରିୟାରେ ଦକ୍ଷତା ଆଣିପାରିବ

ଭୁବନେଶ୍ୱର: ଭାରତର ଅଗ୍ରଣୀ ନିଯୁକ୍ତି ସନ୍ଧାନ ପୋର୍ଟାଲ୍ ମନଷ୍ଟର ଡଟ୍ କମ୍ ଏକ ସ୍ୱୟଂ ସମ୍ପୂର୍ଣ୍ଣ ପ୍ରତିଭା ପ୍ଲାଟ୍‌ଫର୍ମରେ ନିଜକୁ ରୂପାନ୍ତରିତ କରି ଏହାର ଯାତ୍ରାରେ ଉଲ୍ଲେଖନୀୟ ମାଇଲଖୁଂଟ ହାସଲ କରିଥିବା ଘୋଷଣା କରିଛି । ଆଜିଠାରୁ ନୂଆ ଲୋଗୋ ଏବଂ ଲକ୍ଷ୍ୟ ସହ ଫାଉଣ୍ଡଇଟ୍ ନାମରେ ପରିଚିତ ହେବ ମନଷ୍ଟର, ଯାହା ନିଯୁକ୍ତି ବଜାରରେ ଏକ ନୂଆ ବିପ୍ଳବର ଶୁଭାରମ୍ଭ କରିବ ।
ଫଟୋ କ୍ୟାପ୍‌ସନ: ଫାଉଣ୍ଡ୍‌ଇଟ୍ର ସିଇଓ ଶେଖର ଗାରିସା, କ୍ୟୁଏସ୍ କର୍ପର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅଜିତ ଆଇଜ୍ୟାକ୍‌, ନିବେଶକ ମୋହନଦାସ ପାଇଙ୍କ ଦ୍ୱାରା ଏସୀୟ ପ୍ରଶାନ୍ତ ମହାସାଗରୀୟ ଏବଂ ମଧ୍ୟ ପ୍ରାଚ୍ୟ ଅଂଚଳ ପାଇଁ ମନଷ୍ଟରର ନୂଆ ବ୍ରାଣ୍ଡ୍ ପରିଚୟ “ଫାଉଣ୍ଡଇଟ୍‌’କୁ ଉନ୍ମୋଚନ କରାଯାଉଛି
ନିଯୁକ୍ତି ସହ ପରିପୂରକ ଥିବା ମନଷ୍ଟର ୧୮ଟି ଦେଶରେ ୭୦ ନିୟୁତରୁ ଅଧିକ ନିଯୁକ୍ତି ସନ୍ଧାନକାରୀ ଏବଂ ୧୦,୦୦୦ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । କଂପାନି ନିଜକୁ ଏକ ଏଣ୍ଡ୍‌-ଟୁ-ଏଣ୍ଡ୍ ପ୍ରତିଭା ପ୍ଳାଟଫର୍ମରେ ରୂପାନ୍ତରିତ କରିଥିବାରୁ ଏହା ଏସୀୟ ପ୍ରଶାନ୍ତ ମହାସାଗରୀୟ ଏବଂ ମଧ୍ୟ ପ୍ରାଚ୍ୟ ଅଂଚଳରେ ନିଯୁକ୍ତିଦାତାଙ୍କୁ ବ୍ୟାପକ ସମାଧାନ ଏବଂ ନିଯୁକ୍ତି ସନ୍ଧାନକାରୀମାନଙ୍କୁ ଅତ୍ୟନ୍ତ ବ୍ୟକ୍ତିଗତ ସୁହାଇବା ଭଳି ଏବଂ ଉପଯୋଗୀ ସେବା ପ୍ରଦାନ କରିବ । ସଠିକ୍ ସୁଯୋଗ ପାଖରେ ସଠିକ୍ ପ୍ରତିଭାଙ୍କୁ ପହଂଚାଇବା ପାଇଁ କଂପାନିର ରହିଥିବା ଲକ୍ଷ୍ୟ ଅନୁସାରେ ଏହି ପରିବର୍ତନ ହୋଇଛି ।
ନୂଆ ବ୍ରାଣ୍ଡ୍ ଉନ୍ମୋଚନ ଅବସରରେ ଫାଉଣ୍ଡ୍‌ଇଟ୍ (ପୂର୍ବର ମନ୍‌ଷ୍ଟର)ର ସିଇଓ ଶେଖର ଗାରିସା କହିଛନ୍ତି ଯେ, “ସବୁ କ୍ଷେତ୍ରରେ ପ୍ରଯୁକ୍ତି ହେଉଛି ଏକ ଅଗ୍ରଣୀ ପରିବର୍ତନକାରୀ ଏବଂ ପ୍ରତିଭା ସଂଗ୍ରହ ଏହାଠାରୁ ଅଲଗା ନୁହେଁ । ଆମେ ଯେଉଁଭଳି ଭାବେ କାମ କରୁଛେ ଏବଂ ଯେଉଁଭଳି ଲୋକଙ୍କୁ ନିଯୁକ୍ତି ଦେଉଛେ ତାହାର ପଥକୁ ମହାମାରୀ ବଦଳାଇ ଦେଇଛି । ପ୍ରତି ସଂଗ୍ରହରେ ଗତ ତିନି ବର୍ଷରେ ହୋଇଥିବା ଅଭ୍ୟୁଦୟକୁ ଆମେ ଦେଖିଥିବାରୁ କୃତଜ୍ଞ ମନେ କରୁଛୁ , ଯାହା ଆମକୁ ନିଯୁକ୍ତି ପ୍ରକ୍ରିୟା ବିଷୟରେ ଅତୁଳନୀୟ ଗଭୀର ଲାଭ ପ୍ରଦାନ କରିଛି । ଭବିଷ୍ୟତ ଆବଶ୍ୟକତାର ଏହି ପ୍ଲାଟଫର୍ମ ଏକ ଚମତ୍କାର ନିଯୁକ୍ତି ବଜାର, ଦକ୍ଷତା ଭିତିକ ନିଯୁକ୍ତି ପ୍ରଦାନ ଏବଂ କ୍ୟାରିୟରରୁ ପରିବର୍ତତ ଆଶାକୁ ପୂରଣ କରିବ । ଉଲ୍ଳେଖନୀୟ ଭାବେ ଉତମ ପ୍ରତିଭା ପରିଚାଳନା ଫଳାଫଳ ପାଇଁ ସହଜରେ ନିଯକ୍ତି ପ୍ରଦାନ ଏବଂ ପ୍ରାର୍ଥୀ ସନ୍ଧାନ ପାଇଁ ମନଷ୍ଟର ଲାଗି ଏକ ନୂଆ ଦିଗ ଉନ୍ମୋଚନ କରୁଥିବାରୁ ଆମେ ବେଶ ଉତ୍ସାହିତ ଅଛୁ ।’’
ନିଜର ମୂଳ ସଂସ୍ଥା କ୍ୱେସ୍ କପର ଭବିଷ୍ୟତମୁଖୀ ରଣନୀତିକୁ ପୂରଣ କରିବା ପାଇଁ ଫାଉଣ୍ଡ୍‌ଇଟ୍ ଡଟ୍ ଇନ୍‌ର ଭୂମିକା ବିଷୟରେ କ୍ୱେସ୍ କର୍ପ ଏବଂ ଫାଉଣ୍ଡ୍‌ଇଟ୍‌ର ପ୍ରତିଷ୍ଠାତା ଏବଂ ଅଣ କାର୍ଯ୍ୟନିର୍ବାହୀ ଅଧ୍ରକ୍ଷ ଶ୍ରୀଯୁକ୍ତ ଅଜିତ ଆଇଜ୍ୟାକ୍ କହିଛନ୍ତି ଯେ, “ବିଗତ ୧୫ ବର୍ଷ ଧରି ସେବା ନେତୃତ୍ୱାଧୀନ ସୁବିଧା ପ୍ରଦାନ କରିବା ଲାଗି କ୍ୱେସ୍ ପରିଚିତ ଯାହା ଏହାର ସହଯୋଗୀ ଏବଂ ଗ୍ରାହକଙ୍କ ବିଶ୍ୱାସକୁ ସମାନ ଭାବେ ଜିତିପାରିଛି । ଏକ ସଂସ୍ଥା ଭାବେ ଭାରତରେ ନିଯୁକ୍ତିକୁ ସଂଗଠିତ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ଦ୍ରୁତ ଗତିରେ ପୂରଣ କରିବା ଲାଗି ଆମେ ଏକ ଉତ୍ପାଦ ନେତୃତ୍ୱାଧୀନ ପୋର୍ଟଫୋଲିଓ ଗଠନ କରିବା ଉପରେ ମନୋନିବେଶ କରିଛୁ ଯାହା ଭାରତରେ ହ୍ୱାଇଟ୍‌, ବ୍ଲୁ ଏବଂ ଗ୍ରେ କଲାର ଶ୍ରମିକଙ୍କ ପାଖରେ ସଂଗଠିନ ନିଯୁକ୍ତିକୁ ସମାନ ଭାବରେ ପହଂଚାଇପାରିବ । ହ୍ୱାଇଟ୍ କଲାର ପ୍ରତିଭା ଚୟନରେ ରୂପାନ୍ତରଣ ଆଣିବାର ଲକ୍ଷ୍ୟ ନେଇ ଆମେ ମନଷ୍ଟର ଏପିଏସି ଆଣ୍ଡ୍ ଏମ୍‌ଇକୁ ଅଧିଗ୍ରହଣ କରିଛୁ । ଗତ କିଛି ବର୍ଷ ଭିତରେ ଏହି ସଂସ୍ଥା ଗ୍ରେଟ୍ ରେଜିଗ୍ନେସନ (ଗଣ ଇସ୍ତଫା)ଠାରୁ ଗ୍ରେଟ୍ ରିଗ୍ରେଟ୍ ଏବଂ ଦ୍ରୁତ ଗତିରେ ଗଣ ନିଯୁକ୍ତି ଆଦି ସବୁ କିଛି ଦେଖିଛି । ମାତ୍ର ବଜାରର ଧାରା ସୃଷ୍ଟିକାରୀ ଭାବେ ନିଯୁକ୍ତି ପ୍ରଦାନ ଅଧିକ ତୀକ୍ଷ୍‌ଣ, ଧ୍ୟାନକୈନ୍ଦ୍ରୀକ ଏବଂ ଦକ୍ଷତା ଭିତିକ ହେବାକୁ ଯାଉଛି । ମାନବିକ ସଲିପଣ ଏବଂ ପ୍ରଯୁକ୍ତିର ମିଶ୍ରଣ ଜରିଆରେ ଏହି ସଫଳତା ମିଳିପାରିଛି ଏବଂ ଫାଉଣ୍ଡ୍‌ଇଟ୍ ଜରିଆରେ ତାହା ହିଁ ଆମେ ଆମର ନିଯୁକ୍ତିଦାତା ଏବଂ ନିଯୁକ୍ତି ସନ୍ଧାନକାରୀଙ୍କୁ ପ୍ରଦାନ କରିବୁ ।’’
ନିଜର ମାନବ ସମ୍ବଳ ସେବା ପୋର୍ଟଫୋଲିଓକୁ ସୁଦୃଢ଼ କରିବା ଲାଗି ଏକ ରଣନୀତିପୂର୍ଣ୍ଣ ନିବେଶ ଭାବେ ୨୦୧୮ରେ କ୍ୱେସ୍ କର୍ପ ପକ୍ଷରୁ ମନଷ୍ଟରର ଏମ୍‌ପିଏସି ଏବଂ ଏମ୍‌ଇ ବ୍ୟବସାୟକୁ ଅଧିଗ୍ରହଣ କରାଯାଇଥିଲା ଏବଂ ଭାରତ, ସିଙ୍ଗାପୁର, ମାଲେସିଆ, ଫିଲିପାଇନ୍ସ, ହଂକଂ, ଭିଏତନାମ, ଥାଇଲ୍ୟାଣ୍ଡ୍‌, ଇଣ୍ଡୋନେସିଆ, ୟୁଏଇ ଏବଂ ସାଉଦି ଆରବରେ ଏହା ପରିଚାଳିତ ହେଉଛି । ଭଲରାଡୋ ଭେଂଚର୍ସ ପାର୍ଟନର୍ସର ନିବେଶକ ଆକାଶ ଭଂଶାଲି ଏବଂ ମେରିଡିଆନ ଇନଭେଷ୍ଟମେଂଟ୍‌ର ମୋହନଦାସ ପାଇଁଙ୍କଠାରୁ ୨୦୨୧ରେ ମନଷ୍ଟର ୧୩୭.୫ କୋଟି ଟଙ୍କା ହାସଲ କରି ଏହା ପ୍ରଦାନ କରୁଥିବା ଉତ୍ପାଦ ଏବଂ ବଜାରରେ ସମ୍ପ୍ରସାରଣ କରିଥିଲା ।
ବ୍ରାଣ୍ଡ୍‌ର ଅଭ୍ୟୁଦୟର ଅଂଶ ଭାବେ, ବ୍ୟବହାରକାରୀମାନଙ୍କୁ ଏହି ପ୍ଲାଟଫର୍ମରେ ଉପଯୁକ୍ତ କ୍ୟାରିୟର ଅନୁଭୂତି ପ୍ରଦାନ କରିବା ଲାଗି ଫାଉଣ୍ଡ୍‌ଇଟ୍ ଏହାର ଗୁରୁତ୍ୱର ନବୀକରଣ କରିଛି । ନିର୍ଦିଷ୍ଟ ନିଯୁକ୍ତି ପ୍ରଦାନ ଏବଂ ଉତ୍କଷ୍ଟ ୟୁଜର ଇଟଂରଫେଓ ପାଇଁ ପ୍ରଯୁକ୍ତିକୁ ବ୍ୟବହାର କରି କଂପାନି ବଜାରରେ ଅନ୍ୟ ସଂସ୍ଥାଗୁଡ଼ିକ ତୁଳନାରେ ଅତୁଳନୀୟ ନିଯୁକ୍ତି ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ନିଯୁକ୍ତି ସନ୍ଧାନକାରୀମାନେ ପାଇବାକୁ ଥିବା ଅନ୍ୟତମ ପ୍ରମୁଖ ସୁବିଧାଟି ହେଉଛି ପର୍ସନାଲାଇଡ୍ ନିଯୁକ୍ତି ସନ୍ଧାନ ଏବଂ ସମାଧାନକୁ ସକ୍ଷମ କରିବା । ଫାଉଣ୍ଡ୍‌ଇଟ ପକ୍ଷରୁ ସର୍ଚ ଫଳାଫଳକୁ କଷ୍ଟମାଇଜ୍ କରାଯାଇଛି ଯଦ୍ୱାରା ପ୍ରାର୍ଥୀମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟ, ନିଯୁକ୍ତି ଅଭିଜ୍ଞତା ଏବଂ ଦକ୍ଷତା ଅନୁସାରେ ସୁାପରିସ ଓ ଫଳାଫଳ ପାଇବେ । ଏଥିରେ ଥିବା ଅନ୍ୟାନ୍ୟ ସୁବିଧାଗୁଡ଼ିକ ହେଉଛି କମ୍ୟୁନିଟି ନେତୃତ୍ୱାଧୀନ ମେଂଟରସିପ୍ ମାର୍କେଟ୍‌ପ୍ଲେସ୍‌, ଅନୁଶୀଳନ ଜରିଆରେ ଦକ୍ଷତାକୁ ସ୍ୱୀକୃତି, ମୋବାଇଲ୍ ପ୍ରଥମ ୟୁଆଇ, ପର୍ସନାଲାଇଡ୍ ସୁପାରିସ ଏବଂ ଅପ୍‌ସ୍କିଲିଂ ପାଠ୍ୟକ୍ରମ ଭଳି ଆତ୍ମ ଉନ୍ନତି ଭଳି ଟୁଲ୍‌ସ ।
ଶ୍ରେଷ୍ଠ ବ୍ୟବସାୟ ଲାଗି ନିଯୁକ୍ତି ସମାଧାନ ପ୍ରଦାନ କରିବାରେ ବଜାରର ଅଗ୍ରଣୀ ସଂସ୍ଥା ଭାବେ ଫାଉଣ୍ଡ୍‌ଇଟ୍ ଏକ ଏଭଳି ପ୍ଲାଟଫର୍ମରେ ରୂପାନ୍ତରିତ ହୋଇଛି ଯାହା ବିଶ୍ୱ ନିଯୁକ୍ତି ବଜାରରେ ହୋଇଥିବା ପରିବର୍ତନ ସହ ଖାଇଖାଇବ ଏବଂ ତାହାକୁ ପ୍ରତିଫଳିତ କରିବ । ନିଯୁକ୍ତିଦାତାମାନଙ୍କୁ ଏହା ପ୍ରତି ପ୍ରାର୍ଥୀଙ୍କ ଗଭୀର ତଥ୍ୟ ସହିତ ଇନସାଇଟସ୍ ଓ ଆନାଲିଟିକ୍ସ ପ୍ରଦାନ କରିବ ଯାହା ପ୍ରକ୍ରିୟାକୁ ପାରଦର୍ଶୀ କରିବା ସହ ନିଯୁକ୍ତି ଭୂମିକାକୁ କଷ୍ଟମାଇଜ୍ କରିବ । ନୂଆ ଇଟଂରଫେସ୍ ଏବଂ ସୁବିଧା ଯୋଗୁ ନିଯୁକ୍ତିଦାତା ଏବଂ ପ୍ରାର୍ଥୀଙ୍କ ମଧ୍ୟରେ ନିରବଚ୍ଛିନ୍ନ ଏବଂ ସ୍ମାର୍ଟ ଭାବ ବିନିମୟ ହୋଇପାରିବ ।

Share

Leave a Reply

Your email address will not be published. Required fields are marked *

two × two =