ବଜାରକୁ ପ୍ରବେଶ କଲା ହୋଣ୍ଡା ଆକ୍ଟିଭା ୧୨୫ ବିଏସ-୬

ଭୁବନେଶ୍ବର () ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଆକ୍ଟିଭା ୧୨୫ ବିଏସ ୬ର ଡେଲିଭରି ଆରମ୍ଭ କରାଯାଇଛି । କଂପାନି ଏହାର ଉତ୍ସବ ପାଳନକୁ ଆରମ୍ଭ କରି ନୂଆଦିଲ୍ଲୀର ଗ୍ରାହକ ଅଙ୍କୁର ଅରୋରାଙ୍କୁ ଚାବି ହସ୍ତାନ୍ତର କରିଛି । ସମ୍ପୂର୍ଣ୍ଣ ନୂଆ ହୋଣ୍ଡା ଆକ୍ଟିଭା ୧୨୫ ବିଏସ-୬ ଭବିଷ୍ୟତର ପ୍ରଯୁକ୍ତିକୁ ବର୍ତମାନ ପ୍ରଦାନ କରି ଭାରତକୁ ବିଶ୍ବ ସ୍ତରକୁ ଆଣିପାରିଛି । ଏଥିରେ ରହିଛି ସ୍ମାର୍ଟ ପାୱାର ।

ହୋଣ୍ଡା ଉପରେ ଭରସା ପ୍ରକଟ କରିଥିବା ନିୟୁତାଧିକ ଗ୍ରାହକଙ୍କୁ ନଜରରେ ରଖି କଂପାନି ତରଫରୁ ଏହି ନୂତନ ଆକ୍ଟିଭାକୁ ୨୬ ପ୍ରକାର ନୂତନ ପେଟେଂଟ ସହିତ ବିକଶିତ କରାଯାଇଛି । ସର୍ବଭାରତୀୟ ସ୍ତରରେ ଆରମ୍ଭ ହୋଇଥିବା ଡେଲିଭରି ବିଷୟରେ କମ୍ପାନୀର ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂ, ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, “ହୋଣ୍ଡାର ସୁପରିୟର ପ୍ରଯୁକ୍ତି ଏବଂ ଏହି ଶ୍ରେଣୀର ଅନେକ ପ୍ରଥମ ଧରଣର ସୁବିଧା ସୁଯୋଗକୁ ବ୍ୟବହାର କରି ଆକ୍ଟିଭା ୧୨୫ ବିଏସ ୬କୁ ପ୍ରସ୍ତୁତ କରାଯାଇଛି ଯାହା ଗ୍ରାହକଙ୍କୁ ଅଧିକ ମୂଲ୍ୟ ଓ ସହଜତା ପ୍ରଦାନ କରିବ । ଭାରତର ପ୍ରଥମ ବିଏସ ୬ ଗୁଣ କ୍ଷେତ୍ର ଦୁଇଚକିଆକୁ ନେଇ ପ୍ରବଳ ଉତ୍ସାହ ରହିଛି । ଏଭଳି ଜବରଦସ୍ତ ସମର୍ଥନକୁ ନେଇ ଆମେ ଡେଲିଭରି ଆରମ୍ଭ କରି ଆମ ଗ୍ରାହକଙ୍କୁ ଏହି ଶାନ୍ତ ବିପ୍ଳବ ସହତ ଉତ୍ସବକୁ ପାଳନ କରିବାର ଅଧିକ କାରଣ ପ୍ରଦାନ କରୁଥିବାରୁ ବହୁତ ଉତ୍ସାହିତ ।’’

ଆକ୍ଟିଭା ୧୨୫ ବିଏସ ୬ର ପ୍ରଥମ ଗ୍ରାହକ ଅଙ୍କୁର ଅରୋରା କହିଛନ୍ତି ଯେ, ପ୍ରଥମ ଆକ୍ଟିଭା ୧୨୫ ବିଏସ୍ ୬କୁ କିଣିବା ମୋତେ ଓ ମୋ ପରିବାର ପାଇଁ ଉଲ୍ଲସିତ ହେବା ଭଳି ମୁହୂର୍ତ । ଆମ ପାଖରେ ଆକ୍ଟିଭା ୩ଜି ମଧ୍ୟ ରହିଛି ଯାହାକୁ ଆମେ ବହୁ ଦିନ ଧରି ବ୍ୟବହାର କରିଆସୁଛୁ । ଏହାର ମାଲିକାନା ଅନୁଭୂତିକୁ ନେଇ ଆମେ ବହୁତ ଖୁସି ଥିବାରୁ ଆକ୍ଟିଭା ୧୨୫ ବିଏସ୍ ୬ର ନୂଆ ପ୍ରଯୁକ୍ତିକୁ ଚୟନ କରିଛୁ ।

ଆକ୍ଟିଭା ୧୨୫ ବିଏସ୍ ୬ ତିନିଟି ଭାରିଆଂଟ୍ ଷ୍ଟାଣ୍ଡାର୍ଡ, ଆଲୟ ଓ ଡିଲକ୍ସରେ ଏବଂ ୪ଟି ରଙ୍ଗ ରିବେଲ୍ ରେଡ୍ ମେଟାଲିକ୍, ମିଡ୍ନାଇଟ୍ ବ୍ଲୁ ମେଟାଲିକ୍, ହେଭି ଗ୍ରେ ମେଟାଲିକ୍ ଓ ପର୍ଲ ପ୍ରିସିଅସ୍ ହ୍ୱାଇଟ୍ ରଙ୍ଗରେ ଉପଲବ୍ଧ ହେଉଛି । ଏହାର ଷ୍ଟାଣ୍ଡାର୍ଡ ମଡେଲ୍ ମୂଲ୍ୟ ୬୭,୪୯୦ ଟଙ୍କା ରହିଥଇବା ବେଳେ ଆଲୟ ମଡେଲ୍ ମୂଲ୍ୟ ୭୦,୯୯୦ ଟଙ୍କା ଏବଂ ଡିଲକ୍ସ ମଡେଲ୍ ମୂଲ୍ୟ ୭୪,୪୯୦ ଟଙ୍କା ରହିଛି । ହୋଣ୍ଡା ପକ୍ଷରୁ ଆକ୍ଟିଭା ୧୨୫ ବିଏସ୍ ୬ ଉପରେ ୬ ବର୍ଷର ୱେରେଂଟି ପ୍ରଦାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

19 + ten =