ପୁଣି ବଢିବ ସୁନାଦର

ନୂଆଦିଲ୍ଲୀ () ନୂଆବର୍ଷରେ ବଢିବ ସୁନାଦର । ଗବେଷଣା ନିର୍ଦ୍ଦେଶକ କହିବାନୂସାରେ, ନୂଆବର୍ଷରେ ସୁନାଦର ୪୫ହଜାର ଟପିବା ସମ୍ଭାବନା ରହିଛି । ନୂଆ ବର୍ଷରେ ମଧ୍ୟ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଅସ୍ଥିରତା ଅବ୍ୟାହତ ରହିବ । ଚୀନ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିବ । ଏହା ଫଳରେ ନିବେଶକମାନେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମନେକରିବେ । ଏହା ଫଳରେ ବିଶ୍ୱବଜାରରେ ସୁନାଦର ବୃଦ୍ଧି ଅବ୍ୟାହତ ରହିବ । କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଚଳିତ ବର୍ଷ ସୁନାଦର ୧୦ ଗ୍ରାମ ପିଛା ୩୯,୮୮୨ ଟଙ୍କା ଥିବା ବେଳେ ୨୦୨୦ରେ ବର୍ଷ ଶେଷ ବେଳକୁ ଏହା ୪୫ ହଜାର ଟପିଯାଇଥିବ ।

Share

Leave a Reply

Your email address will not be published. Required fields are marked *

15 − two =