ଗୋଦ୍‌ରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଏୟାର କୁଲର ବ୍ୟବସାୟର ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ବିକାଶ କାର୍ଯ୍ୟବରାଦ ଡେଲିଭରି ଲିମିଟେଡ୍‌କୁ ପ୍ରଦାନ

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ଏୟାର କୁଲର ପାଇଁ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାର ବିକାଶ ଓ ପରିଚାଳନା କରିବାର କାର୍ଯ୍ୟବରାଦକୁ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଭାରତର ସର୍ବବୃହତ ଲଜିଷ୍ଟିକ୍ସ ସେବା ପ୍ରଦାନକାରୀ ସଂସ୍ଥା ଡେଲିଭରି ଲିମିଟେଡ୍‌କୁ ପ୍ରଦାନ କରାଯାଇଛି । ଏହି ସହଯୋଗିତା ଜରିଆରେ ଗୋଦରେଜ୍ ଏୟାର କୁଲରର ବଜାର ଉପସ୍ଥିତିକୁ ବଢ଼ାଇବା ଲାଗି ଡେଲିଭରି ପକ୍ଷରୁ ଏହାର ସମନ୍ୱିତ ଗୋଦାମ ଓ ବିତରଣ ସମାଧାନକୁ ମୂତୟନ କରାଯିବ ।
ଡେଲିଭରି ଓ ଗୋଦରେଜ୍ ପକ୍ଷରୁ ମିଳିତ ଭାବେ ଗାଜିଆବାଦରେ ଏକ ନୂଆ ଗୋଦାମକୁ ଉଦଘାଟନ କରାଯାଇଛି ଯାହା ସର୍ବଭାରତୀୟ ଆବଶ୍ୟକତା ପୂରଣ କରିବ । ଏକକ ପ୍ରଯୁକ୍ତି ପ୍ଳାଟଫର୍ମ ଜରିଆରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାକୁ ଦେଖିହେବ ।
ଗ୍ରୀଷ୍ମ ଋତୁରେ ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଶକ୍ତି ସଂଚୟ ଓ ଦକ୍ଷତାକୁ ବଢ଼ାଇବା ଲାଗି ପ୍ରଥମ କଂପାନି ଭାବେ ଗୋଦରେଜ୍ ପକ୍ଷରୁ ଏୟାର କୁଲରରେ ଇନଭର୍ଟର ପ୍ରଯୁକ୍ତି ବ୍ୟବହାର କରାଯାଇଥିଲା । ନୂଆ ଉ୍‌ପାଦ ଜରିଆରେ କଂପାନି ଏହି ବର୍ଗରେ ନିଜର ଉପସ୍ଥିତି ବଢ଼ାଇବାକୁ ଯୋଜନା ରଖିଛି ।
ଏହି ଅବସରରେ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ଉତ୍ପାଦ ମୁଖ୍ୟ-ଏୟାର କୁଲର ଅମିତ ଜୈନ କହିଛନ୍ତି ଯେ, “ଉଚ୍ଚ ବ୍ରାଣ୍ଡ୍ ବିଶ୍ୱାସ ସହ ଗୋଦରେଜ୍‌ର ଦୃଢ଼ ବିକ୍ରି ଓ ସର୍ଭିସ୍ ନେଟ୍‌ୱର୍କ ରହିଛି । ନୂଆ କ୍ଷେତ୍ରରେ ପ୍ରବେଶ କରିବା ଲାଗି ଆମେ ତାହାର ଲାଭକୁ ବ୍ୟବହାର କରୁଥିବା ବେଳେ ସାରା ଦେଶର ଦୂରଦୂରାନ୍ତ ଅଂଚଳରେ ଆମ ଉତ୍ପାଦକୁ ଶୀଘ୍ର ଉପଲବ୍ଧ କରିବା ପାଇଁ ଆମର ରହିଥିବା ଲକ୍ଷ୍ୟକୁ ନିରବଚ୍ଛିନ୍ନ ଓ ସୁଲଭ ସମର୍ଥନ ପ୍ରଦାନ କରିବା ଲାଗି ଆମେ ନିଶ୍ଚିତ ରୂପେ ଏକ ସହଯୋଗୀ ଚାହୁଛୁ । ଏୟାର କୁଲର ହେଉଛି ଏକ ଋତୁ ଭିତିକ ବର୍ଗ ଏବଂ ତେଣୁ ଏହି ବର୍ଗର ଅଭିବୃଦ୍ଧି ଲାଗି ଶୀଘ୍ର ଡେଲିଭରି ଓ ରିପ୍ଲେନିସମେଂଟ୍ ବେଶ ଗୁରୁତ୍ୱପୂର୍ଣ୍ଣ । ଡେଲିଭରିର ପ୍ରଯୁକ୍ତି ଭିତିକ ଯୋଗାଣ ଶୃଙ୍ଖଳ ସମାଧାନ ଆମକ ବ୍ୟବସାୟ ପାଇଁ ତାଙ୍କୁ ପସନ୍ଦର ସହଯୋଗୀରେ ପରିଣତ କରିଛି ।’’
ଡେଲିଭରିର ବରିଷ୍ଠ ଉପସଭାପତି, ଯୋଗାଣ ଶୃଙ୍ଖଳ ସମାଧାନ ରାଜାଗଣେଶ ସେତୁପତି କହିଛନ୍ତି ଯେ, “ଗୋଦରେଜ ଆପ୍ଲାଏନ୍‌ସେସ୍‌ର ପସନ୍ଦର ସହଯୋଗୀ ହୋଇଥିବାରୁ ଆମେ ଉଲ୍ଲସିତ ଏବଂ ସେମାନଙ୍କ ସହିତ ଏକ ଦୀର୍ଘସ୍ଥାୟୀ ସମ୍ପର୍କ ଚାହୁଛୁ । ଆମର ଯୋଗାଣ ଶୃଙ୍ଖଳ ସମାଧାନ କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ, ହ୍ୱାଇଟ୍ ଗୁଡ୍‌ସ, ଅଟୋମୋଟିଭ୍ ସ୍ପେୟାର ପାର୍ଟସ୍‌, ଶିଳ୍ପ, ଫାର୍ମା, ସ୍ୱାସ୍ଥ୍ୟ ସେବା, ଏଫ୍‌ଏମ୍‌ସିଜି, ରିଟେଲ୍‌, ଇ-କମର୍ସ ଏବଂ ନୂଆ ପିଢ଼ିର ଡି୨ସି ବ୍ରାଣ୍ଡ୍‌ରେ ବ୍ୟବହାର ହେଉଛି । ଆମେ ଖର୍ଚ୍ଚରେ ଉନ୍ନତି ଆଣୁଥିବା ବେଳେ ଲଜିଷ୍ଟିକ୍ସରେ ଭରସାଯୋଗ୍ୟ ଓ ଗୁଣାତ୍ମକ ମାନ ବଢ଼ାଇବାକୁ ଚାହୁଛୁ ।’’
ଡେଲଭରିର ଉପଭୋକ୍ତା ବ୍ୟବସାୟ ଓ ଯୋଗାଣ ଶୃଙ୍ଖଳ ସମାଧାନ ମୁଖ୍ୟ ବିବେକ ଗୁପ୍ତା କହିଛନ୍ତି ଯେ, “ଏକ ଯାତ୍ରା ଆହା ଆମ ସହିତ ଆରମ୍ଭ ହୋଇଥିଲା ତାହା ଆମର ଏଲ୍‌ଟିଏଲ୍ ଓ ଏଫ୍‌ଟିଏଲ୍ ସେବାରେ କେବଳ ପରିବହନ ସେବାରେ ସୀମିତ ଥିଲା ଓ ସେହିଠାରୁ ଏକକ ସମନ୍ୱିତ ସମାଧାନର ଆବିର୍ଭାବ ହୋଇଛି । ଆମର ବିଶ୍ୱାସ ରହିଛି ଯେ ଆମ ମଡେଲ୍ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପାଇଁ ଆଶା କରାଯାଉଥିବା ଫଳ ପ୍ରଦାନ କରିବ ଏବଂ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହର ସମେତ ଦ୍ରୁତ ଗତିରେ ବୃଦ୍ଧି ପ୍ଧମଥିବା ତୃତୀୟ, ଚତୁର୍ଥ ଓ ପଂଚମ ଶ୍ରେଣୀ ସହରରେ ବିତରଣକୁ ସକ୍ଷମ କରି ଏୟାର କୁଲର ବର୍ଗରେ ଅଧିକ ବଜାର ଅଂଶ ହାସଲ କରିବାରେ ସେମାନଙ୍କୁ ସହାୟକ ହେବ ।’’

Share

Leave a Reply

Your email address will not be published. Required fields are marked *

eighteen − 1 =