Business

ଜିନ୍ଦଲ (ଇଣ୍ଡିଆ) ଲିମିଟେଡ ପକ୍ଷରୁ ଇସ୍ପାତ ପାଇପ୍ ଓ ଟ୍ୟୁବ୍ କ୍ଷେତ୍ରରେ ପ୍ରବେଶ, ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ୧୦୦ କୋଟି ଟଙ୍କା ବିନିଯୋଗ

  • ମାସିକ ପରିମାଣ ୫୦୦୦ ମେଟ୍ରିକ୍ ଟନ୍ ଛୁଇଁବା ଆକଳନ
  • ଆର୍ଥିକ ବର୍ଷ ୨୦୨୬ରେ ୩୧୫ କୋଟି ଟଙ୍କାର ବିକ୍ରି ରାଜସ୍ୱ ଆଶା

ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପର ଏକ ଅଂଶ ତଥା ଭାରତର ଅନ୍ୟତମ ଅଗ୍ରଣୀ ଇସ୍ପାତ ଉତ୍ପାଦ ନିର୍ମାତା ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପଶ୍ଚିମବଙ୍ଗରେ ଏହାର ଅତ୍ୟାଧୁନିକ ଉତ୍ପାଦନ କାରଖାନାରେ ୧୦୦ କୋଟି ଟଙ୍କା ବିନିଯୋଗରେ ଇସ୍ପାତ ପାଇପ୍ ଏବଂ ଟ୍ୟୁବ୍ କ୍ଷେତ୍ରରେ ପ୍ରବେଶ ଘୋଷଣା କରିଛି।
ଏକ ଅଗ୍ରଣୀ ଜାତୀୟ କମ୍ପାନୀ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ମାସିକ ୫୦୦୦ ମେଟ୍ରିକ୍ ଟନ୍ ସେକ୍ସନ ପାଇପ୍ ଏବଂ ଟ୍ୟୁବ୍ ଉତ୍ପାଦନ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛି ଯାହା ଆର୍ôଥକ ବର୍ଷ ୨୦୨୫-୨୬ରେ ୩୧୫ କୋଟି ଟଙ୍କାର ବିକ୍ରୟ ରାଜସ୍ୱରେ ପରିଣତ ହେବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ ଦ୍ୱାରା କମ୍ପାନି ବର୍ତମାନର ବଜାରରେ ଆହୁରି ପ୍ରବେଶ କରିବା ସହ ଦେଶର ନୂତନ ଅଞ୍ଚଳରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବାକୁ ଯୋଜନା କରିଛି।
ଇସ୍ପାତ ପାଇପ୍ ଏବଂ ଟ୍ୟୁବ୍ କ୍ଷେତ୍ରରେ ଆମର ଉଦ୍ୟମ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ସହ ସମନ୍ୱିତ ରହିଛି ଏବଂ ଶିଳ୍ପ ଅଭିବୃଦ୍ଧି ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇଛି। ବିଶେଷକରି ଦେଶର ପୂର୍ବାଞ୍ଚଳରେ ଏହି ଉତ୍ପାଦ ବର୍ଗର ଉଚ୍ଚ ଚାହିଦାକୁ ପୂରଣ କରିବା ସହିତ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ମଧ୍ୟ ଏହି ସମ୍ପ୍ରସାରଣ ମାଧ୍ୟମରେ ଏହାର ରପ୍ତାନିକୁ ଯଥେଷ୍ଟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ବୋଲି କମ୍ପାନିର ପ୍ରବକ୍ତା କହିଛନ୍ତି।
କଂପାନି ଏହି ପଦକ୍ଷେପ ସହିତ ଭିତିଭୂମି, କୃଷି, ରେଳବାଇ, ଗୋଦାମ ଏବଂ ଆବାସିକ ଗୃହ ନିର୍ମାଣ ଭଳି ବିଭିନ୍ନ କ୍ଷେତ୍ରକୁ ଏହି ଉତ୍ପାଦ ଯୋଗାଣ କରିବାକୁ ଲକ୍ଷ୍ୟ ରଖିଛି।
ବର୍ତମାନ ଏହି କ୍ଷେତ୍ରରେ ଚାହିଦା ଓ ଉତ୍ପାଦନ ପରିମାଣ ଦୃଢ଼ ରହିଛି। ବର୍ତମାନର ବଜାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ବର୍ତମାନର ଚାହିଦା ପୂରଣ କରିବା ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଂଶ ହାସଲ କରିବାକୁ ଲକ୍ଷ୍ୟ ରଖିଛି।
ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ହେଉଛି ଆନୁଷଙ୍ଗିକ ଇସ୍ପାତ ଉତ୍ପାଦ ଶିଳ୍ପର ଅନ୍ୟତମ ପ୍ରତିଷ୍ଠିତ କମ୍ପାନି। ଐତିହାସିକ ଦୃଷ୍ଟିରୁ କଂପାନିର ରାଜସ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପୂର୍ବାଞ୍ଚଳ ଏବଂ ତା’ପରେ ଦକ୍ଷିଣ ଭାରତରୁ ଆସୁଛି। ତେବେ ଗତ କିଛି ବର୍ଷ ମଧ୍ୟରେ କମ୍ପାନି ଏକ ସର୍ବଭାରତୀୟ ରଣନୀତି ଆପଣାଇ କ୍ଷମତା ବୃଦ୍ଧି ମାଧ୍ୟମରେ ଉତର ଓ ପଶ୍ଚିମ ଭାରତରେ ବିସ୍ତାର କରିଛି। ବର୍ତମାନ ଏହି ଦୁଇ ଅଞ୍ଚଳର ଯୋଗଦାନ ଏହାର ରାଜସ୍ୱର ପ୍ରାୟ ୧୫% ଏବଂ ନିକଟ ଭବିଷ୍ୟତରେ ଏହାକୁ ୩୦% କୁ ବୃଦ୍ଧି କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି । ଭିତିଭୂମି ବିକାଶ ଏବଂ ଶିଳ୍ପ ପ୍ରକଳ୍ପଗୁଡ଼ିକର ଦ୍ରୁତ ଅଭିବୃଦ୍ଧି ପାଇଁ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପାଇଁ ଏହି ଅଞ୍ଚଳ ପ୍ରଚୁର ସମ୍ଭାବନା ରହିଛି। ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ପ୍ରମୁଖ କ୍ଷେତ୍ରରେ ବିସ୍ତାର କରିବା ସହିତ ବଜାରରେ ନିଜର ପାଦ ଦୃଢ଼ କରିବାକୁ କମ୍ପାନି ପ୍ରତିଶ୍ରୁତିବଦ୍ଧ।
ଜିନ୍ଦଲ (ଇଣ୍ଡିଆ) ଲିମିଟେଡର ପଶ୍ଚିମବଙ୍ଗର ହାୱଡ଼ାଠାରେ ଦୁଇଟି ଅତ୍ୟାଧୁନିକ କାରଖାନା ରହିଛି ଏବଂ ଏହାର କ୍ଷମତା ମଧ୍ୟରେ ଉନ୍ନତ କଲର କୋଟିଂ, ଗାଲଭାନାଇଜିଂ ଏବଂ ଗାଲଭାଲ୍ୟୁମ ପ୍ରଯୁକ୍ତି ରହିଛି। କମ୍ପାନି ତିନୋଟି ପ୍ରମୁଖ କ୍ଷେତ୍ରରେ ବ୍ୟାପକ ପ୍ରକାରର ଉତ୍ପାଦ ପ୍ରଦାନ କରୁଛି ଯେଉଁଥିରେ ସିଟ୍‌, ପାଇପ୍ ଏବଂ ଆଲୁମିନିୟମ ଫଏଲ୍ ରହିଛି । ଜିନ୍ଦଲ ସବରଙ୍ଗ ଏବଂ ଜିନ୍ଦଲ ନ୍ୟୁକୋଲର+ ଭଳି ଶକ୍ତିଶାଳୀ ବ୍ରାଣ୍ଡ ସହିତ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ କଲର କୋଟେଡ୍ ସିଟ୍ ବଜାରରେ ବିଶେଷ କରି ପୂର୍ବ ଭାରତରେ ଆଧିପତ୍ୟ ବଜାୟ ରଖିଛି ଏବଂ ସମଗ୍ର ଦେଶରେ ଉଲ୍ଲେଖନୀୟ ଉପସ୍ଥିତି ବଜାୟ ରଖିଛି। ବର୍ତମାନ କମ୍ପାନିର ମୋଟ ଉତ୍ପାଦନର ୭୦% କୋଟେଡ୍ ଫ୍ଲାଟ୍ ଇସ୍ପାତ ଉତ୍ପାଦ ଯାହା ଭବିଷ୍ୟତର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ପାଇଁ ଏକ ପ୍ରମୁଖ କ୍ଷେତ୍ର ହୋଇରହିଛି।
୧୯୫୨ରେ ସ୍ଥାପିତ ଜିନ୍ଦଲ ଇଣ୍ଡିଆ ଲିମିଟେଡ୍ ହେଉଛି ଏକ ଅଗ୍ରଣୀ ଭାରତୀୟ ସଂସ୍ଥା ଯାହା ବିସି ଜିନ୍ଦଲ ଗ୍ରୁପର ଏକ ଅଂଶ । ୧୮,୦୦୦ କୋଟି ଟଙ୍କାରୁ ଅଧିକ କାରବାର ସହ ଗ୍ରୁପ୍ ପ୍ୟାକେଜିଂ ଫିଲ୍ମ, ଶକ୍ତି ଆଣ୍ଡ ଇସ୍ପାତ ଉତ୍ପାଦ ଭଳି ବ୍ୟବସାୟର ବିବିଧ ପୋର୍ଟଫୋଲିଓରେ ନିୟୋଜିତ ରହିଛି।

Share

Leave a Reply

Your email address will not be published. Required fields are marked *

ten − nine =