କାହିଁକି ବିଦେଶୀ ହୋଇଯିବ ଭାରତୀ ଏୟାରଟେଲ୍ ? ଜାଣନ୍ତୁ

ନୂଆଦିଲ୍ଲୀ() ଭାରତୀ ଏୟାରଟେଲରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ୪୯ ପ୍ରତିଶତରୁ ୧୦୦ ପ୍ରତିଶତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । କମ୍ପାନୀ ଏ ନେଇ ମଙ୍ଗଳବାର ଶେୟାର ବଜାରକୁ ଅବଗତ କରାଇଛି। ଏହାବାଦ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଏୟାରଟେଲରେ ବିଦେଶୀ ନିବେଶକଙ୍କ ପାଇଁ ୭୪ ପ୍ରତିଶତ ଶେୟାର ନିବେଶ କରିବା ପାଇଁ ଅନୁମତି ଦେଇଛି।

ନିକଟରେ ଏୟାରଟେଲ୍ ବକେୟା ଟଙ୍କା ପାଖାପାଖି ୩୫,୫୮୬ କୋଟି ଟଙ୍କା ସରକାରଙ୍କୁ ଦେଇଛି। ଯେଉଁଥିରେ ୨୧,୬୮୨ କୋଟି ଲାଇସେନ୍ସ ଶୁଳ୍କ ରହିଥିବା ବେଳେ ୧୩,୯୦୪.୦୧ କୋଟି ସ୍ପେକଟ୍ରମ ଶୁଳ୍କ ରହିଛି।

ସୂଚନାଯୋଗ୍ୟ, ଭାରତୀ ଟେଲିତମ ସିଙ୍ଗାପୁରର ସିଙ୍ଗଟେଲ ଏବଂ ଅନ୍ୟ ବିଦେଶୀ କମ୍ପାନୀଙ୍କ ପାଖରୁ ମୋଟ୍ ୪,୯୦୦ କୋଟି ଟଙ୍କା ନିବେଶ ପାଇଁ ଗତ ମାସରେ ସରକାରଙ୍କୁ ଅନୁମତି ମାଗିଥିଲେ। ୧୦୦ ପ୍ରତିଶତ ଏଫଡିଆଇ ଅନୁମତି ମିଳିବା ପରେ ଦେଶର ସବୁଠୁ ପୁରୁଣା ଘରୋଇ ଟେଲିକମ କମ୍ପାନୀ ଏୟାରଟେଲ ଆଗାମୀ ଦିନରେ ବିଦେଶୀ କମ୍ପାନୀ ହୋଇପାରେ। ବର୍ତ୍ତମାନ ସୁନୀଲ ମିତ୍ତଲ ଏବଂ ତାଙ୍କ ପରିବାରର ଶେୟାର ଏୟାରଟେଲରେ ୫୨ ପ୍ରତିଶତ ରହିଛି। ବିଦେଶୀ ଶେୟାର ୪୩ ପ୍ରତିଶତ ରହିଛି।

Share

Leave a Reply

Your email address will not be published. Required fields are marked *

seventeen − ten =